ଦିତୀୟ ବଂଶାବଳୀ 18 : 1 (ORV)
ଏହିରୂପେ ଯିହୋଶାଫଟ୍ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ; ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ଵିତା କଲେ ।
ଦିତୀୟ ବଂଶାବଳୀ 18 : 2 (ORV)
ଆଉ, କେତେକ ବର୍ଷ ଉତ୍ତାରେ ସେ ଶମରୀୟା ଦେଶକୁ ଆହାବଙ୍କ କତିକି ଗଲେ । ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ୍-ଗିଲୀୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ ।
ଦିତୀୟ ବଂଶାବଳୀ 18 : 3 (ORV)
ଇସ୍ରାଏଲର ରାଜା ଆହାବ ଯିହୁଦାର ରାଜା ଯିହୋଶାଫଟ୍ଙ୍କୁ କହିଲେ, ତୁମ୍ଭେ କି ମୋʼ ସଙ୍ଗେ ରାମୋତ୍-ଗିଲୀୟଦକୁ ଯିବ? ତହିଁରେ ସେ ଉତ୍ତର କଲେ, ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି; ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ ।
ଦିତୀୟ ବଂଶାବଳୀ 18 : 4 (ORV)
ଆହୁରି ଯିହୋଶାଫଟ୍ ଇସ୍ରାଏଲର ରାଜାଙ୍କୁ କହିଲେ, ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପ୍ରଚାର ।
ଦିତୀୟ ବଂଶାବଳୀ 18 : 5 (ORV)
ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; ଆମ୍ଭେମାନେ କʼଣ ଯୁଦ୍ଧ କରିବା ପାଇଁ ରାମୋତ୍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷା; ହେବି? ତହିଁରେ ସେମାନେ କହିଲେ, ଯାଉନ୍ତୁ, କାରଣ ପରମେଶ୍ଵର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ ।
ଦିତୀୟ ବଂଶାବଳୀ 18 : 6 (ORV)
ମାତ୍ର ଯିହୋଶାଫଟ୍ କହିଲେ,ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍ବକ୍ତା କେହି କି ଏଠାରେ ନାହିଁ?
ଦିତୀୟ ବଂଶାବଳୀ 18 : 7 (ORV)
ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, ଆଉ ଜଣେ ଅଛି, ତାହା ଦ୍ଵାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ; ସେ ଯିମ୍ଳର ପୁତ୍ର ମୀଖାୟ । ତହିଁରେ ଯିହୋଶାଫଟ୍ କହିଲେ, ରାଜା ଏପରି ନ କହୁନ୍ତୁ ।
ଦିତୀୟ ବଂଶାବଳୀ 18 : 8 (ORV)
ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଯିମ୍ଳର ପୁତ୍ର ମୀଖାୟକୁ ଶୀଘ୍ର ଆଣ ।
ଦିତୀୟ ବଂଶାବଳୀ 18 : 9 (ORV)
ଏଥି ମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ଵାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରୁଥିଲେ,
ଦିତୀୟ ବଂଶାବଳୀ 18 : 10 (ORV)
ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ଵାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ ।
ଦିତୀୟ ବଂଶାବଳୀ 18 : 11 (ORV)
ତହିଁରେ ସବୁ ଭବିଷ୍ୟଦ୍ବକ୍ତା ତଦ୍ରୂପ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲେ, ରାମୋତ୍-ଗିଲୀୟଦକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ ।
ଦିତୀୟ ବଂଶାବଳୀ 18 : 12 (ORV)
ପୁଣି, ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, ଦେଖ, ଭବିଷ୍ୟଦ୍ବକ୍ତା-ମାନଙ୍କର ବାକ୍ୟ ଏକମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ ।
ଦିତୀୟ ବଂଶାବଳୀ 18 : 13 (ORV)
ତହୁଁ ମୀଖାୟ କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯାହା ମୋʼ ପରମେଶ୍ଵର କହିବେ, ତାହା ହିଁ ମୁଁ କହିବି ।
ଦିତୀୟ ବଂଶାବଳୀ 18 : 14 (ORV)
ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷା; ହେବି? ତହୁଁ ସେ କହିଲା, ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ ।
ଦିତୀୟ ବଂଶାବଳୀ 18 : 15 (ORV)
ଏଥିରେ ରାଜା ତାହାକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?
ଦିତୀୟ ବଂଶାବଳୀ 18 : 16 (ORV)
ତହିଁରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି; ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ଵାମୀ ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ ।
ଦିତୀୟ ବଂଶାବଳୀ 18 : 17 (ORV)
ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, ଏ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିନାହିଁ?
ଦିତୀୟ ବଂଶାବଳୀ 18 : 18 (ORV)
ପୁଣି ମୀଖାୟ କହିଲା, ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ଵର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି ।
ଦିତୀୟ ବଂଶାବଳୀ 18 : 19 (ORV)
ତହିଁରେ ସଦାପ୍ରଭୁ କହିଲେ, ଆହାବ ଯେପରି ରାମୋତ୍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ? ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ ।
ଦିତୀୟ ବଂଶାବଳୀ 18 : 20 (ORV)
ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସୁଲାଇବି । ତହୁଁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ?
ଦିତୀୟ ବଂଶାବଳୀ 18 : 21 (ORV)
ସେ କହିଲା, ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି । ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର ।
ଦିତୀୟ ବଂଶାବଳୀ 18 : 22 (ORV)
ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି ।
ଦିତୀୟ ବଂଶାବଳୀ 18 : 23 (ORV)
ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼଠାରୁ କେଉଁ ବାଟେ ଗଲେ?
ଦିତୀୟ ବଂଶାବଳୀ 18 : 24 (ORV)
ତହିଁରେ ମୀଖାୟ କହିଲା, ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରୀକି ଯିବ, ସେହି ଦିନ ତାହା ଜାଣିବ ।
ଦିତୀୟ ବଂଶାବଳୀ 18 : 25 (ORV)
ପୁଣି ଇସ୍ରାଏଲର ରାଜା କହିଲେ, ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ ଓ ରାଜପୁତ୍ର ଯୋୟାଶ ନିକଟକୁ ନେଇ ଯାଅ;
ଦିତୀୟ ବଂଶାବଳୀ 18 : 26 (ORV)
ପୁଣି କୁହ, ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ ।
ଦିତୀୟ ବଂଶାବଳୀ 18 : 27 (ORV)
ତହିଁରେ ମୀଖାୟ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୂଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ଵାରା କହି ନାହାନ୍ତି । ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ ।
ଦିତୀୟ ବଂଶାବଳୀ 18 : 28 (ORV)
ଅନନ୍ତର ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍ ରାଜା ରାମୋତ୍-ଗିଲୀୟଦକୁ ଗଲେ ।
ଦିତୀୟ ବଂଶାବଳୀ 18 : 29 (ORV)
ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ । ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ କଲେ ।
ଦିତୀୟ ବଂଶାବଳୀ 18 : 30 (ORV)
ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର ।
ଦିତୀୟ ବଂଶାବଳୀ 18 : 31 (ORV)
ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍ଙ୍କୁ ଦେଖି କହିଲେ, ଏ ଇସ୍ରାଏଲର ରାଜା । ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ଵର ସେମାନଙ୍କୁ ତାଙ୍କ ନିକଟରୁ ଫେରି ଯିବା ପାଇଁ ପ୍ରବର୍ତ୍ତାଇଲେ ।
ଦିତୀୟ ବଂଶାବଳୀ 18 : 32 (ORV)
ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷା; ହେଲେ ।
ଦିତୀୟ ବଂଶାବଳୀ 18 : 33 (ORV)
ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକି କହିଲେ, ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି ।
ଦିତୀୟ ବଂଶାବଳୀ 18 : 34 (ORV)
ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: